ଡେଙ୍ଗାଉସ୍ତାରେ ଥମୁନି ବାଣ ବେପାର : ପୁଣି ଦଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ଗଛିତ ବାଣ ଜବତ କଲା ପାଟପୁର ପୋଲିସ ।

0
170

ବ୍ରହ୍ମପୁର , ୧୬/୧୨/୨୦୨୨ : ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଡେଙ୍ଗାଉସ୍ତା ବଜାର ସମ୍ପ୍ରତି ଅବୈଧ ବେପାରର ପେଣ୍ଠସ୍ଥଳ ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ହୋଇଥିବା ବେଳେ ଆଜି ଏହି ବଜାରର ଜନଗହଳିପୂର୍ଣ୍ଣ ଵ୍ୟସ୍ତ ଅଞ୍ଚଳରୁ ପାଟପୁର ପୋଲିସ ବିପୁଳ ପରିମାଣର ଅବୈଧ ଗଚ୍ଛିତ ବାଣ ଜବତ କରିଛି । ଆଜି ପୋଲିସର ସାନ୍ଧ୍ୟ ପାଟ୍ରୋଲିଂ ସମୟରେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ କୈଳାସ ପାତ୍ରଙ୍କ ଦୋକାନରେ ଚଢ଼ାଉ କରି ଦଶ ଲକ୍ଷ୍ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବିଭିନ୍ନ କିସମର ବାଣ ଜବତ କରି ନିଜ ହେପାଜତକୁ ନେଇଛି । ବାଣ ବେପାରୀ କୈଳାସ ପାତ୍ରକୁ ପୋଲିସ ହେପାଜତକୁ ନେଇ ତଦନ୍ତ ଜାରି ରଖିଥିବା ସହ ପାଟପୁର ଥାନାରେ ଏଥିନେଇ ମାମଲା ରୁଜୁ କରିଛି । କେଶ ନଂ – ୪୫୪/୨୦୨୨ ପ୍ରକାରେ ଅଭିଯୁକ୍ତକୁ ଗିରଫ କରାଯାଇ ବିଚାର ବିଭାଗୀୟ ବ୍ୟବସ୍ଥା କରାଯାଇଥିବା ନେଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଠାରୁ ସୂଚନା ମିଳିଅଛି ।

LEAVE A REPLY

Please enter your comment!
Please enter your name here