ବିଶ୍ଵକପ୍ ହକି ପରିପ୍ରେକ୍ଷୀରେ ବିଦ୍ୟାଳୟ ୧୧ ଜାନୁଆରୀ ୨୦୨୩ ଅପରାହ୍ନ ୧ଟାଠାରୁ ବନ୍ଦ ରହିବ

0
213

ଭୁବନେଶ୍ୱର, ୧୦/୦୧/୨୦୨୩:
ବିଶ୍ୱକପ୍ ହକି-୨୦୨୩ ଆମ ରାଜ୍ୟର କଟକ ସହରର ବାରବାଟୀ ଷ୍ଟାଡିୟମ୍‌ଠାରେ ଆସନ୍ତାକାଲି ଜାନୁଆରୀ ୧୧ ତାରିଖରେ ଉଦ୍‌ଘାଟିତ ହେବ । ଏହି ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ । ଏଣୁ ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଅପରାହ୍ନ ୧ଟାରୁ ଛୁଟି ଘୋଷଣା କରିଛନ୍ତି ।ସମସ୍ତ ବେସରକାରୀ ତଥା ପବ୍ଲିକ୍‌ ସ୍କୁଲ (ସେଲ୍ଫ ଫାଇନାନ୍ସ) ବିଦ୍ୟାଳୟଗୁଡ଼ିକରେ ମଧ୍ୟ
ଏହି ନିର୍ଦ୍ଦେଶନାମା ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here