ନିମଖଣ୍ଡି ଥାନାର ପ୍ରଥମ ଆଇଆଇସି ଏବଂ ଅନ୍ୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

0
144

ବ୍ରହ୍ମପୁର,୦୨/୦୨/୨୦୨୩: ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ଦିନର ଦାବୀ, ଆନ୍ଦୋଳନ ଓ ଉଦ୍ୟମ ପରେ ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଭାବାବେଗକୁ ସମ୍ମାନ ଜଣାଇ ଓ ଦାବୀକୁ ଗୁରୁତ୍ୱ ଦେଇ ନିମଖଣ୍ଡି ଫାଣ୍ଡିକୁ ଅପଗ୍ରେଡେସନ କରି ଥାନାରେ ପରିଣତ କରିଛନ୍ତି । ସେହି ଘୋଷିତ ନିମଖଣ୍ଡି ଥାନାକୁ ଖାଜାସାହି ସ୍ଥିତ ପୁରୁଣା ମହିଳା ଥାନା କୋଠାରେ କାର୍ଯ୍ୟା ଆରମ୍ଭ କରିବାର କିଛି ଦିନ ପରେ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ନେତୃତ୍ୱରେ ନିମଖଣ୍ଡି ଥାନାରେ ପହଞ୍ଚି ଥାନାର ପ୍ରଥମ ଆଇଆଇସି ଭାବାନନ୍ଦ ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଙ୍ଗ ବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଦେଇଥିଲେ ଏବଂ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ। ଏହି ଅବସରରେ କମିଟି କର୍ମକର୍ତ୍ତା ମାନେ ଥାନା ଅଧିକାରୀଙ୍କୁ ସହର ତଳି ଅଞ୍ଚଳରେ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରିବା ସହ ତ୍ଵରାନିତ୍ଵ କରିବା ପାଇଁ ନିବେଦନ କରିଥିଲେ। ତତ୍ ସହିତ ଗ୍ରାମାଞ୍ଚଳ ଲୋକଙ୍କ ନିମନ୍ତେ ଉଦ୍ଧିଷ୍ଟ ଏହି ଗ୍ରାମାଞ୍ଚଳ ଥାନାଟିକୁ ଲୋଚାପଡାରେ ଚିହ୍ନିତ ଜାଗାରେ ଥାନାର ନିଜସ୍ଵ କୋଠା ନିର୍ମାଣ କରି ତୁରନ୍ତ ସେଠାକୁ ସ୍ଥାନତର କରିବା ପକ୍ରିୟା ଆରମ୍ଭ କରି ପଦକ୍ଷେପ ନେବାକୁ କମିଟି ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଯେଉଁ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ନେଇ ଏହି ଥାନାଟିକୁ ସ୍ଥାପନ କରାଯାଇଛି ଏଠାରେ ସହର ମଧ୍ୟରେ ରହି କାର୍ଯ୍ୟ କରିବା ଫଳରେ ତାହାର ପ୍ରକୃତ ଉଦ୍ଦେଶ୍ୟ ପରାହତ ହେବା ସହ ଗ୍ରାମାଞ୍ଚଳ ଲୋକେ ଏହାର ଠିକ୍ ସେବା ଓ ସୁଫଳ ପାଇ ପାରୁ ନାହାନ୍ତି ବୋଲି କମିଟି ପକ୍ଷରୁ ଦର୍ଶାଯାଇଥିଲା। ଏଥି ନିମନ୍ତେ ଜାଗା ଅକ୍ତିଆର ପାଇଁ ପକ୍ରିୟା ଜାରି ରହିଛି ଏବଂ ଏହା ପରେ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଥାନା ଅଧିକାରୀ କହିଥିଲେ। ଆଜିର କାର୍ଯ୍ୟକ୍ରମରେ ସହର ତଳି ବାସିନ୍ଦା ତଥା ହାବିଲଦାର ସଂଘ ସଭାପତି କାଳୀ ଚରଣ ଷଡ଼ଙ୍ଗୀଙ୍କୁ ମଧ୍ୟ କମିଟି ତରଫରୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସଭାପତିଙ୍କ ବ୍ୟତୀତ ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର,ସହ ସମ୍ପାଦକ ବି ଭି ସାଗର, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ, ଉପ ସଂଯୋଜକ ଅଜିତ୍ ପଟ୍ଟନାୟକ, କୋଷାଧ୍ୟକ୍ଷ ଏମ ଲାବଣ୍ୟ ପାତ୍ର ଏବଂ ଉପଦେଷ୍ଟା ସୁବାଷ ପାତ୍ର, ବିଷ୍ଣୁ ସାହୁ, ଦେବୀ ପ୍ରସାଦ ଦାସ,କାହ୍ନୁ ଚରଣ ପତି, ଭି ନାର୍ଶୀଙ୍ଗୁଲ, ଗଣେଶ ଚନ୍ଦ୍ର ଦାସ, ଜଗନ୍ନାଥ ପ୍ରଧାନ, ପି କେ ଦାସ, କାହ୍ନୁ ଚୌଧୁରୀ ଓ ରାଜୀବ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here