ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ୧ମ ଶ୍ରେଣୀ ରୁ ୫ ଶ୍ରେଣୀ ଶିଶୁ ମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ

0
187

ବ୍ରହ୍ମପୁର,୦୯/୦୬/୨୦୨୩:ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ,ପୁରୁଷୋତ୍ତମପୁର ଓ ବ୍ରହ୍ମପୁର ସହରରେ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ପିଲା ସ୍କୁଲ ଯିବେ, ଭଲ ପାଠ ପଡ଼ିବେ ଓ ଖରା ଦିନେ ପିଲାମାନେ ଏଣେ ତେଣେ ନ ବୁଲି ଶିକ୍ଷା ସହିତ ଯୋଡ଼ି ହୋଇ ରହିବା ଲକ୍ଷ୍ୟ ନେଇ ଏହି ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଆୟୋଜିତ କରାଯାଇଛି । ଗଞ୍ଜାମ ଜିଲ୍ଲାର ୩୧ ଟି ସ୍ଥାନ ରେ (ଖଲ୍ଲିକୋଟ ୫ଟି ଗ୍ରାମ ପଞ୍ଚାୟତର ୧୦ ଗ୍ରାମରେ, ପୁରୁଷୋତ୍ତମପୁର ୮ ଟି ଗ୍ରାମ ପଞ୍ଚାୟତର ୧୭ ଟି ଗ୍ରାମରେ ଓ ବ୍ରହ୍ମପୁର ସହରର ୭ଟି ସାହିରେ)
ଏହି ଶିବିର ଆୟୋଜିତ ହୋଇଛି ଓ ପ୍ରାୟ ୨୫୦ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ।
ଏହି ଶିବିର ପାଇଁ ପ୍ରଥମେ ସ୍ଥାନୀୟ ଅଞ୍ଚଳର ୩୧ ଜଣ ସ୍ଵେଚ୍ଛାସେବୀ ମାନଙ୍କୁ ଚୟନ କରାଯାଇ ଶିବିର
ପରିଚାଳନା ପାଇଁ ତାଲିମ ଦିଆଯାଇଥିଲା । ଏହି ଶିବିର ୪ ସପ୍ତାହ (ମେ ୮ ରୁ ୯ ଜୁନ, ୨୦୨୩) ଧାରି ଚାଲିଥିଲା ଓ ଶେଷ ଦିନରେ ପିଲାମାନଙ୍କ ଦ୍ବାରା ଏକ ମେଳାର ଆୟୋଜନ କରାଯାଇଥିଲା । ଏହି ମେଳା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ତିଆରି କରି ପ୍ରଦର୍ଶନ କରିଥିଲେ । ପିଲା ମାନେ ମାଟି, କାଗଜ , ଅଦରକାରୀ ଜିନିଷ ଓ ଘରେ ବ୍ୟବହାର କରାଯାଉଥିବା ଉପକରଣରୁ ଏହି ପ୍ରୋଜେକ୍ଟ ସବୁ
ତିଆରିକରି ପ୍ରଦର୍ଶନ କରିଥିଲେ ।
ଏହି ମେଳାକୁ ସ୍ଥାନୀୟ ଅଞ୍ଚଳର ସରପଞ୍ଚ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବ୍ରହ୍ମପୁର ସହରର ୪୧ ନମ୍ବର ୱାର୍ଡ ରେ ସକ୍ରିୟ ନାଗରିକ ନରସିଙ୍ଗ ଦାସ ଉଦଘାଟନ କରିଥିଲେ । ଏହି ମେଳା କୁ ଦେଖିବା ପାଇଁ ପିଲା ମାନଙ୍କର ପିତା ମାତା , ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ଓ ଲୋକମାନଙ୍କର ଭିଡ଼ ଜମିଥିଲା। ଏହି ଶିବିର ଆୟୋଜନ ଦ୍ୱାରା ଶିଶୁମାନଙ୍କର ମାନସିକ ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଚେଷ୍ଟା କରାଯାଇଛି । ଯାହାର ଫଳ ସ୍ୱରୂପ ପ୍ରାଥମିକ ଶିଶୁ ମାନଙ୍କ ମଧ୍ୟରେ ଭାଷା, ବିଜ୍ଞାନ, ଗଣିତ ବିଷୟରେ ଅଧ୍ଵକ ଜାଣିବା ଓ ପ୍ରୟୋଗ କରିବା କୌଶଳ ଜାଗ୍ରତ ହୋଇପାରିବ ।ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥା ” ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ” (YSD) ଗଞ୍ଜାମ ଜିଲ୍ଲାରେ ୫୦ ଟି ସରକାରୀ ସ୍କୁଲରେ ୧ ରୁ ୫ ଶ୍ରେଣୀ ପିଲାମାନଙ୍କର ଫାଉଣ୍ଡେସନ ଲଣ୍ଡିଂ (ଭାଷା ଏବଂ ଗଣିତରେ) ଉନ୍ନତି ପାଇଁ ପ୍ରୟାସ ଜାରିରଖୁଛି । ଏହା ବ୍ୟତୀତ ସହରର ବସ୍ତି ଅଞ୍ଚଳରେ ଓ ଦୁର୍ଗମ ଗ୍ରାମାଞ୍ଚଳ ରେ ୧୦ ଟି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ମାଧ୍ୟମରେ ଅଧାରୁ ପାଠ ପଢା ଛାଡି ଥିବା ପିଲା ଓ ନିୟମିତ ବିଦ୍ୟାଳୟ ଯାଉନଥିବା ପିଲାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ
ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମର୍ଥନ ମିଲିଥିଲା ।

LEAVE A REPLY

Please enter your comment!
Please enter your name here