ବିହନ, ଶ୍ରମ କାର୍ଡ ଓ ଭତ୍ତା ବଣ୍ଟନ କଲେ ବିଧାୟକ

0
236

ବୁଗୁଡା ୨୬/୦୬/୨୩ ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ବେତାରସିଙ୍ଗ ଗ୍ରାମରେ ଚାଷୀଙ୍କୁ ବିହନ, ଶ୍ରମିକଙ୍କୁ ଶ୍ରମ କାର୍ଡ ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମର ବୃଦ୍ଧ, ବୃଦ୍ଧା,ବିଧବାଙ୍କୁ ଭତ୍ତା, ଗ୍ରାମର ଚାଷୀ ମାନଙ୍କୁ ବିହନ ଏବଂ ଶ୍ରମିକମାନଙ୍କୁ ଶ୍ରମ କାର୍ଡ ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମଉନା ଜେନାଙ୍କ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗପାଣି ଜେନା, ସମିତି ସଭ୍ୟ ଜିତେନ୍ଦ୍ର କୁମାର ସ୍ବାଇଁ, ପୂର୍ବତନ ସରପଞ୍ଚ ସନାତନ ମହାରଣା ଓ ତପନ କୁମାର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସଭାକୁ ବୁଗୁଡା ବ୍ଳକ ଯୁବ ବିଜେଡି ସଭାପତି ଟୁକୁନା ଜେନା ପରିଚାଳନା କରିଥିବା ବେଳେ ଗ୍ରାମର ବହୁ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here