ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ” ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ” ପାଳିତ

0
136

ବ୍ରହ୍ମପୁର,୨୮/୦୭/୨୦୨୩:ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ଓ ସାହି ବୁଲିବୁଲି ଛାତ,ବାଡ଼,ନାଳ,ନର୍ଦ୍ଧମା ଆଦି ଜାଗାରେ ଅସୁରକ୍ଷିତ ଭାବରେ ଥିବା ୩୦ରୁ ଅଧିକ ଗଛଗୁଡିକୁ ଉଦ୍ଧାର କରି କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ସୁକୁଣ୍ଡା ଗ୍ରାମର ହଜ ଚତୁଃପାଶ୍ୱରେ ରୋପଣ କରାଯାଇଥିଲା। ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ “ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ” ପାଳିତ ହେଉଥିବାରୁ ପରିବେଶ ସୁରକ୍ଷା ଏବଂ ଏହାର ଆବଶ୍ୟକତା ବିଷୟରେ ସହର ବାସିନ୍ଦାଙ୍କ ଭିତରେ ସଚେତନତା ପାଇଁ ସଙ୍ଗଠନର ସଦସ୍ୟ ପ୍ରଥମେ ସହରର ବିଭିନ୍ନ ସ୍ଥାନ ବୁଲି ଅସୁରକ୍ଷିତ ଭାବରେ ରହିଥିବା ଗଛକୁ ଚିହ୍ନଟ କରି ଶୁକ୍ରବାର ଦିନ ସେହି ଗଛଗୁଡିକୁ ସୁରକ୍ଷିତ ଭାବରେ ବାହାର କରିବା ସହ ପ୍ରକୃତି ସଂରକ୍ଷଣ ଉପରେ ସଚେତନତା କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଧେଶ୍ୟ ହେଉଛି ବର୍ତ୍ତମାନ ବିଶ୍ଵ ପରିବେଶରେ ବିଭିନ୍ନ ସମସ୍ୟା ମାନ ଦେଖାଯାଉଛି ଯଥା; ମୃତ୍ତିକା କ୍ଷୟ,ଜଳ ପ୍ରଦୂଷଣ, ଜୀବଜନ୍ତୁ ବିଲୁପ୍ତ, ବାୟୁ ଏବଂ ପ୍ଲାଷ୍ଟିକ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ, ବିଶ୍ଵତାପନ,ଜଳବାୟୁ ପରିବର୍ତ୍ତନ, ପାଣିପାଗରେ ଅନିୟମିତତା ଆଦି ଦେଖାଯାଉଛି। ଯାହାକି ଆଗାମୀ ପିଢିଙ୍କ ପାଇଁ ବର୍ତ୍ତମାନ ସତର୍କ ଘଣ୍ଟି। ତେଣୁ ସହର ବାସୀଙ୍କୁ ଏହି “ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ” ଅବସରରେ ସଚେତନତା କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ଵହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ସହ ସମ୍ପାଦକ ପି.ବିନୋଦ, ମୁନ୍ନା ଶତପଥୀ,ପ୍ରବୀଣ ନାୟକ ପ୍ରଭୃତି ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here