ଆଉ ୬ ଭ୍ରଷ୍ଟାଚାର ଅଧିକାରୀ ଙ୍କୁ ଚାକିରୀ ରୁ ବରଖାସ୍ତ କରିଲେ ମୁଖ୍ୟମନ୍ତ୍ରୀ

0
193

ଭୁବନେଶ୍ୱର, ୪/୧୧ – ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭ୍ରଷ୍ଟାଚାର କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି କୁ ଗୁରୁତ୍ୱ ଦେଉଥିବାର ପରିଲକ୍ଷିତ ହେଉଛି। ଆଜି ୬ ଜଣ ଭ୍ରଷ୍ଟ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ୫ ଜଣଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ, ଶ୍ରୀ ରବୀନ୍ଦ୍ର କୁମାର ଦାସ,ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ,କୁଡୁମୁଲା ବ୍ଲକ୍,ମାଲକାନଗିରି, ଶ୍ରୀ ବୁଦ୍ଧିରାମ ଶୁନିଆନି,ଜୁନିୟର ଇଞ୍ଜିନିୟର,ପଞ୍ଚାୟତି ରାଜ ବିଭାଗ ଧାନକୁଡ଼ା ବ୍ଲକ ସମ୍ବଲପୁର ,ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର ପ୍ରୋଗ୍ରେସ ଆସିଷ୍ଟାଣ୍ଟ ,ପାପଡ଼ାହାଣ୍ଡି ବ୍ଳକ୍,ନବରଙ୍ଗପୁର,ଶ୍ରୀ ହେମନ୍ତ କୁମାର ପଣ୍ଡା ଫରେଷ୍ଟ ରେଞ୍ଜ ଅଫିସର,ଜଙ୍ଗଲ ବିଭାଗ ଓ୍ବାର୍କିଙ୍ଗ ପ୍ଲାନ୍ ଅଫିସ ଅନୁଗୁଳ,ଶ୍ରୀ ପୃଥ୍ବୀରାଜ ଲେଙ୍କା ସହକାରୀ ନିର୍ବାହୀ ଯନ୍ତ୍ରୀ ,ପୂର୍ତ୍ତ ବିଭାଗ ଏନଏଚ ଡିଭିଜନ ବ୍ରହ୍ମପୁର ଏବଂ ଶ୍ରୀ ସୁଶୀଲ କୁମାର ସେଠ୍ ଆସିଷ୍ଟାଣ୍ଡ ଇଞ୍ଜିନିୟର,ଜଳସମ୍ପଦ ବିଭାଗ,ହାଟଡିହି ବ୍ଲକ୍ କେନ୍ଦୁଝର।

LEAVE A REPLY

Please enter your comment!
Please enter your name here