ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କ ଗାଡି ଦୂର୍ଘଟଣା ଗ୍ରସ୍ତ, ଜଣେ ମୃତ୍ୟୁ, ୩ ଆହତ

0
219

ଭୂବନେଶ୍ୱର,୦୪/୧୧-ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଗାଡି ଧକ୍କାରେ ଜଣେ ମହିଳାର ମୃତ୍ୟୁ ଘଟିଛି।ଆଜି ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥ ନଂ-୧୬ ନାଚୁଣୀ-ସୁନାଖଳା ବାଇପାସ୍‌ ଛକ ନିକଟରେ ଦୁର୍ଘଟଣା ଘଟିଛି।ଦୁର୍ଘଟଣା ରେ ମୃତ ମହିଳା ଜଣକ ନୟାଗଡ଼ ସଙ୍ଖେଇ ଗ୍ରାମର ସଇଳ ଘଡେଇ ବୋଲି ଜଣାପଡିଛି।ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୩ଜଣଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣାରେ ନନ୍ଦିନୀ ଦେବୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here