ଭୁବନେଶ୍ୱରରୁ ଏକ ୩ଜଣିଆ ଟିମ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନୁଧ୍ୟାନ ।

0
180

ହିଞିଳିକାଟୁ ୨୬/୧୧(ପ୍ରିୟବ୍ରତ ପଣ୍ଡା)- ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚାନକ ମଙ୍ଗଳବାର ଏକ ୩ଜଣିଆ ଟିମ ଗ୍ରସ୍ତ ଆସି ପହଞ୍ଚି ଥିଲେ ।ରାଜ୍ୟ ଚାଇଲଡ଼ ହେଲଥ ଅଫିସର, ରାଜ୍ୟ ନୋଡ଼ାଲ ହେଲଥ ଅଫିସର ,ମେଣ୍ଟରମାଲ ହେଲଥ ଅଫିସର ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନୁଧ୍ୟାନ କରି ପରିଦର୍ଶନ କରିଥିଲେ ।ପରେ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗକୁ ପରିଦର୍ଶନ କରିବା ସହ ରୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।ଦାୟୀତ୍ବରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅନୀଲ ରଥଙ୍କ ସମେତ ପ୍ରତେକ ଡାକ୍ତର,ଫାର୍ମାସିଷ୍ଟ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ତନଖି ଥିଲେ ।ମେଡ଼ିକାଲ ର ସମସ୍ତ ରୋଗୀଙ୍କ ସହ ଆଲୋଚନା କରି ଚିକିତ୍ସା ଖାଦ୍ୟପେୟ ,ଔଷଧପତ୍ର ଠିକ ଭାବେ ମିଳୁଥିବା ପଚାରି ବୁଝିଥିଲେ ।ମେଡିକାଲ ପରିସର ମଧ୍ୟରେ ଥିବା ସମସ୍ତ ବିଭାଗ ଓ ଗୃହ ଗୁଡିକକୁ ପରିଦର୍ଶନ କରିଥିଲେ ।ପରେ ମେଡ଼ିକାଲ ର ରେଜିଷ୍ଟ୍ର ସହ ସମସ୍ତ କାଗଜପତ୍ର ତଦାରଖ କରିଥିଲେ । ଏହି ଟିମ ତଦାରଖ ବେଲେ ଡ଼. ସସ୍ମିତା ବେହେରା, ଡାକ୍ତର. ଅଙ୍କିତା ଦାଶ, ଡ଼. ପୁଷ୍ପାଞ୍ଜଳି ପ୍ରଧାନ, ବିପିଏମ ସଶାଙ୍କ ପଣ୍ଡା, ଫାର୍ମାସିଷ୍ଟ ତ୍ରିନାଥ ବେହେରା, ସୁବାଷ ଚନ୍ଦ୍ର ପଣ୍ଡା, ସନ୍ତୋଷ ସାହୁ, ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ସମେତ ସମସ୍ତ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here