ଜାଲ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ନିଯୁକ୍ତି ର ତଦନ୍ତ ଦାବୀ ସହ ୭ଦଫା ଦାବୀ ରେ ଅଲ୍ ଇଣ୍ଡିଆ ଫରଓ୍ୱାର୍ଡ ବ୍ଲକ ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ

0
169

ଛତ୍ରପୁର,୨୯/୧୧–ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଯୁକ୍ତିର ତଦନ୍ତ ଦାବୀ ସମେତ ସାତ ଦଫା ଦାବି ନେଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଧାରଣା ଦିଆଯିବା ସହ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଏହି ଗଣଧାରଣାରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି,ଆସ୍କା ଲୋକ ସଭା ପ୍ରାର୍ଥୀ ରାଜୀବ ଚନ୍ଦ୍ର ଖାଡଙ୍ଗା,ଗୋପାଳପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ସନ୍ତୋଷ କୁମାର ସାହୁ,ବେଗୁନିଆପଡା ନେତା ସୁଶାନ୍ତ କୁମାର ପଟ୍ଟନାୟକ,ପୋଲସରା ଆଞ୍ଚଳିକ ନେତା ସନ୍ତୋଷ କୁମାର ପଣ୍ଡା,କୃଷକ ନେତା ଯୋଗେନ୍ଦ୍ର ସ୍ବାଇଁ,ୟୁଥ୍ ଲିଗ୍ ଜିଲ୍ଲା ସଭାପତି ମିଥୁନ୍ ବେହେରା,ୟୁଥ୍ ଲିଗ୍ ଜିଲ୍ଲା ଉପସଭାପତି ନୃସିଂହ ନାଥ ସ୍ବାଇଁ,ୟୁଥ୍ ଲିଗ୍ ଜିଲ୍ଲା ସାଧାରଣ ସମ୍ପାଦକ ମୁନା ନାୟକ,ଷ୍ଟୁଡେଣ୍ଟ୍ ବ୍ଲକ୍ ଜିଲ୍ଲା ଉପସଭାପତି ଦେବାଶିଷ,ଟି.ଶରତ ସୁବୁଦ୍ଧି,ପ୍ରହ୍ଲାଦ ପ୍ରଧାନ ପ୍ରମୁଖ ଧାରଣାରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here