ମାତିଛନ୍ତି ଲୁଟେରା ଗ୍ୟାଙ୍ଗ ହିଞିଳି ଥାନା ଅଞ୍ଚଳରେ

0
357

ହିଞ୍ଜିଳିକାଟୁ ୩୦/୧୧(ପ୍ରିୟବ୍ରତ ପଣ୍ଡା):- ଗତ କିଛି ଦିନର ନିରବତା ପରେ ପୁଣି ଦେଖାଯାଇଛି ହିଞିଳି ଥାନା ଅଞ୍ଚଳରେ ଲୁଟେରାଙ୍କ ଲୁଟ କାରନାମା ।ସ୍ଥାନୀୟ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରି ଆରମ୍ଭ କରି ଦେଇଛନ୍ତି ନିଜର ପରିକ୍ରମା । କିଛିଦିନ ତଳେ ବ୍ରାହ୍ମଣଛାଇ ଗ୍ରାମରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା ବେଳେ ପୁଣି ଶନିବାର ସ୍ଥାନୀୟ ପୌର ପରିଷଦ ମାଣିକ ନଗର ସ୍ଥିତ ୫ମ ଲାଇନ୍ ର ମହିଳାଙ୍କ ବେକରୁ ସୁନା ଗହଣା ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି ।ମହିଳା ଜଣଙ୍କ ହେଲେ ମୁଣ୍ଡମରାଇ ଗ୍ରାମର ସସ୍ମିତା ସୁବୁଦ୍ଧି । ସୂଚନା ମୁତାବକ ମାଣିକ ନଗର ୫ମ ଲାଇନ୍ ଭୋଜି ଖାଇ ସସ୍ମିତା ଘରକୁ ଫେରୁଥିବା ବେଳେ ୨ଜଣ ଦୁବୃତ୍ତ ଏକ ବାଇକରେ ଆସି ଉକ୍ତ ମହିଳାଙ୍କ ବେକରୁ ୪ଭରି ସୁନା ଗହଣା ଝାମ୍ପି କେଉଁଆଡ଼େ ଫେରାର ହୋଇଯାଇଥିଲେ ।ହିଞିଳି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।ଥାନା ଅଞ୍ଚଳରେ ବାରମ୍ବାର ଚୋରୀ ଲୁଟେରାଙ୍କ ସକ୍ରିୟ ହେଉଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ସକ୍ଷମ ହୋଇ ପାରୁନଥିବାରୁ ଅଞ୍ଚଳବାସୀଙ୍କ ଭରସା ତୁଟିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here