କରୋନା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

0
233

 

ଗଞ୍ଜାମ,୧୧/୦୪/୨୦୨୦( ଟୁକୁନା ପ୍ରଧାନ) – : କରୋନା ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ଖେଳିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ କର୍ମଚାରୀ ପ୍ରସ୍ତୁତ ରହିବା ଆବଶ୍ୟକ । ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ବି ଡି ଓ ବେଦବର ପ୍ରଧାନ ଓ କୋଦଳ। ତହସିଲଦାର ପ୍ରଭାତ କୁମାର ପରିଡ଼ା ଯୋଗ ଦେଇ ପ୍ରତ୍ୟେକ କର୍ମଚାରୀ ନିଜେ ସୁରକ୍ଷିତ ରହିବା ଏବଂ ନିୟମ ପାଳନ କରି ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ସହଯୋଗ କରିବେ ବୋଲି କହିଥିଲେ । ପ୍ରତ୍ୟେକ ବିଭାଗୀୟ କାର୍ଯ୍ୟାଳୟ ପ୍ରତିଦିନ ଖୋଲା ରଖିବେ, ନିଜ ଅଞ୍ଚଳ ବାହାରୁ ଆସୁଥିବା ଲୋକଙ୍କୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ, ସଂଗରୋଧ ଗୃହକୁ ପ୍ରସ୍ତୁତ ରଖିବେ ବୋଲି କହିଛନ୍ତି।ଏଥିରେ ସି ଡି ପି ଓ ସାଧ୍ୟରାଣୀ ପାଣିଗ୍ରାହୀ, ଗୋଷ୍ଟି ଶିକ୍ଷା ଅଧିକାରୀ କମଳା କାନ୍ତ ସାହୁ, କୋଦଳା ସ୍ୱାସ୍ଥ୍ୟ ଅଧିକାରୀ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ାଙ୍କ ସମେତ ଏମ.ଆଇ, ଆର. ଡ଼ି, ଆର ଡବ୍ଲୁ.ଏସ.ଏସ,ଇଲେକ୍ଟ୍ରି,ଫରେଷ୍ଟ,ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here