ପୋଲିସ ଦ୍ୱାରା ଗ୍ରାମାଞ୍ଚଳରେ କରୋନାର ସଚେତନ ପାଇଁ ସ୍ବେଛାସେବୀଙ୍କୁ ପ୍ରମାଣ ପତ୍ର ପ୍ରଦାନ

0
225

 

କନ୍ଧମାଳ , ୧୧/୦୪/୨୦୨୦:-କରୋନା ପାଇଁ ସାରାଦେଶ ଲକଡାଉନ ହୋଇଛି ଯାହାଦ୍ଦ୍ୱାରା ରାଜ୍ୟର ଲୋକ ଅନ୍ୟ ରାଜ୍ୟକୁ ଯିବା ସହ ଜିଲ୍ଲା ରୁ ଅନ୍ୟ ଜିଲ୍ଲାକୁ ମଧ୍ୟ ବନ୍ଦ କରିଦିଆଯାଇଛି ବାଲିଗୁଡ଼ାରେ ମଧ୍ୟ ବାଇପାସ ରାସ୍ତାକୁ ସିଲ କରିଦିଆଯିବା ସହ ବ୍ଲକରୁ ଅନ୍ୟ ବ୍ଲକ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି, ସୀମାରେ ମଧ୍ୟ ସିଲ କରାଯାଇଛି ଏହାକୁ ଦୃଷ୍ଟିରେ ରଖିବା ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଆଜି ବାଲିଗୁଡ଼ା ଥାନା ଅନ୍ତର୍ଗତ ପ୍ରତେକ ଗ୍ରାମାଞ୍ଚଳରେ ସ୍ବେଛାସେବୀଙ୍କୁ ଚୟନ କରିଛନ୍ତି ଏହି ସ୍ବେଛାସେବୀଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ପ୍ରତି ଘରେ ଘରେ ପହଞ୍ଚି କରୋନା ଉପରେ ସଚେତନତା କରିବେ ଆଜି ଚୟନ ହୋଇଥିବା ସ୍ବେଛାସେବୀଙ୍କୁ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା କରୋନାର ସଚେତନ ପାଇଁ ଲୋକଙ୍କ ପାଖରେ ପହଞ୍ଚି କିଭଳି ବୁଝିଇବେ ସେ ନେଇ ତାଲିମ ଦେବାସହ ପ୍ରମାଣ ପତ୍ର ଦିଆଯାଇଥିଲା।

ରିପୋର୍ଟ: ସଦାଶିବ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here