ସାଙ୍କୁଡା ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ

0
124

 

ଗଞ୍ଜାମ, ୧୧/୦୪/୨୦୨୦ ( ଟୁକୁନା ପ୍ରଧାନ) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ଶହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ । ବେଗୁନିଆପଡା ବ୍ଲକର ପ୍ରତି ପଂଚାୟତ ରେ  ଏହି ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଯାଇଛି । ସେହିପରି ସାଙ୍କୁଡା ପଞ୍ଚାୟତ ରେ ମଧ୍ଯ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ କ୍ରମ ସୂଚାରୁ ରୂପେ ଏବଂ ସ୍ଵଚ୍ଛତା ଅବଲମ୍ବନ କରି ଚାଲିଥିବା ନେଇ କାର୍ଯ୍ୟ ସମ୍ପାଦନ କରୁଥିବା ଧନଲକ୍ଷ୍ମି ଜି ପି ଏଲ୍ ଏଫ୍ ର ସଭାନେତ୍ରୀ କହିଛନ୍ତି । ଲୋକମାନଙ୍କୁ ଖାଦ୍ୟ ଦେବା ସହିତ କରୋନା ଭାଇରସ ବିଷୟରେ ଜନସାଧାରଣ ଙ୍କୁ ମଧ୍ଯ ସଚେତନ କରୁଛନ୍ତି ଏହି ସଂଘ ର ସଦସ୍ୟ ମାନେ । ଏମ୍ ବି କେ, ବ୍ୟାଙ୍କ୍ ମିତ୍ର, ସି ଆର୍ ପି, ଓ ସଦସ୍ୟମାନେ ଏଥି ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here