ଆଜିଠୁ ଆହୁରି ବଢିପାରେ ତାତି: ୪୦ ଡିଗ୍ରି ଅତିକ୍ରମ କରିପାରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା; ୧୪ ପରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ସମ୍ଭାବନା

0
130

ଭୁବନେଶ୍ୱର ୧୧।୦୪: ରାଜ୍ୟରେ ଧୀରେ ଧୀରେ ତାତି ବଢ଼ିବା ନେଇ ସୁଚନା ମିଳୁଛି।ଶୁକ୍ରବାର୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଉପରେ ଥିବା ବେଳେ ଆଜି କିଛି ସହରରେ ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ରାଜ୍ୟର କାଁ ଭାଁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆକଳନ କରିଛନ୍ତି ।

ଶନିବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ । କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାଗୁଡିକୁ ଆରବ ସାଗରରୁ ପବନ ବୋହୁଥିବାରୁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିବ । ମେ’ ମାସରେ ୪୫ଂ ସେଲସିୟସ୍‌ ଟପିବ । ତେବେ ଆସନ୍ତା ୧୪ ଓ ୧୫ ତାରିଖ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here