ଶେରଗଡ,୧୨/୦୪/୨୦୨୦: ସାରା ବିଶ୍ୱ ତଥା ଭାରତରେ କରୋନା ପାଇଁ ଆତଙ୍କିତ।ଏ ରୋଗ ପ୍ରତିରୋଧ ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଛି ।ତେବେ ନିଜ ଜୀବନକୁ ବିପନ୍ନ କରି ଓ ପରିବାରକୁ ତୁଛ୍ଛ କରି ସକାଳୁ ରାତି ପର୍ଯ୍ଯନ୍ତ ଏକାକାର କରି କରୋନା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।ଏମାନଙ୍କ ମଧ୍ଯ ରୁ ଜଣେ ହେଲେ ଶେରଗଡ ବ୍ଲକ ର ଅଙ୍ଗନବାଡିକର୍ମୀ ସୁଶ୍ରୀ ପୁଷ୍ପାଂଜଳି ପଣ୍ଡା। ତାଙ୍କର ପରିବାର ରେ ନବେ ବର୍ଷର ଅସୁସ୍ଥ ପିତା।ସକାଳୁ ଉଠି ସେ ନିତ୍ଯ କର୍ମ ସାରି ବୃଦ୍ଧ ପିତା ଙ୍କ ପାଇଁ ମୁଠେ ରୋଷେଇ କରି ଥୋଇ ଦେଇ ନିଜେ ସ୍ୱଳ୍ପ ଜଳପାନ କରି ସକାଳ ଆଠଟା ରେ କେନ୍ଦ୍ର କୁ ଯାଇ ସହାୟିକା କୁ ସାଙ୍ଗରେ ନେଇ ସାହିସାହି ବୁଲି କରୋନା ପ୍ରତିରୋଧ ପାଇଁ ଦିଆଯାଇଥିବା କାର୍ଯ୍ୟ ସୁଚାରୂ କରିଥାନ୍ତି।କେଉଁ ଦିନ ମଧ୍ଧାହ୍ନ ରେ ସମୟ ମିଳିଲେ ଘରକୁ ଆସି ଖାଆନ୍ତି ।ନତୁବା ସଂଧ୍ୟା ରେ ଘରକୁ ଫେରିଲେ ଖାଆନ୍ତି ଓ ବୃଦ୍ଧ ପିତା ଙ୍କ ର ସେବା କରନ୍ତି।ଏହା ହେଲା ତାଙ୍କର ନିତିଦିନିଆ କାମ ।ଶିହଳା ସ୍ୱାସ୍ଥ୍ଯ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ଯ କର୍ମୀ ଶ୍ରୀମତି ଝୁନୁ ପଟ୍ଟନାୟକ ଅନ୍ଯତମ ଭଲକର୍ମୀ,ସେ ମଧ୍ଯ ସକାଳୁ ନିଜର ନିତ୍ଯକର୍ମ ସାରି ଘରୁ ବାହାରି ଯାଆନ୍ତି,ତାଙ୍କ ଅଂଚଳ ରେ ଥିବା ଗ୍ରାମ ଗୁଡିକ କୁ ,ଲୋକଙ୍କୁ ସ୍ୱାସ୍ଥ୍ଯ ସଚେତନା କରି,ରୋଗୀ ଙ୍କୁ ସ୍ୱାସ୍ଥ୍ଯ ସେବା ଦେଇ ଘରକୁ ସଂନ୍ଧ୍ଯା ରେ ଫେରି ଘର ସଂସାର ରେ ଲିପ୍ତ ହୁଅନ୍ତି ।ଏମାନଙ୍କର ଭଲକାମ ପାଇଁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସିତ ମଧ୍ୟ ହେଉଛନ୍ତି ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି




