ପେଟ୍ରୋଲ ପମ୍ପ ରେ ତହସିଲଦାର ଓ ଯୋଗାଣ ଅଧିକାରୀ ଙ୍କ ଚଢାଉ

0
248

 

ଗଞ୍ଜାମ,୧୨/୦୪/୨୦୨୦( ଟୁକୁନା ପ୍ରଧାନ) – :ଗଞ୍ଜାମ ଜିଲ୍ଲା କୋଦଳା, ବେଗୁନିଆପଡ଼ା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ, ରାସନ ଦୋକାନ, ପରିବା ଦୋକାନ ମାନଙ୍କରେ ଚଢା ଦରରେ ସାମଗ୍ରୀ ବିକ୍ରୀ ହେଉଥିବା ଖବରପାଇ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ବେଗୁନିଆପଡା ବ୍ଲକ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା ପ୍ରଥମେ କୋଦଳାରେ ଥିବା ଦୁଇଟି ଓ ସୁମଣ୍ଡଳରେ ଥିବା ଗୋଟିଏ ଏହି ତିନୋଟି ପେଟ୍ରୋଲ ପମ୍ପରେ ଚଢ଼ାଉ କରି ପେଟ୍ରୋଲର ମାନ ଓ ପରିମାଣକୁ ଯାଞ୍ଚ କରି, ଗାଡି ଚାଳକଙ୍କ ମୁହଁରେ ମାସ୍କ ନଥିଲେ ପେଟ୍ରୋଲ ନଦେବାକୁ କାର୍ଯ୍ୟରତ କର୍ମଚାରୀଙ୍କୁ ତାଗିତ କରିଥିଲେ |
ତାଛଡା ଗତଦିନରେ ଅଞ୍ଚଳର ସମସ୍ତ ପରିବ। ଓ ରାସନ ଦୋକାନୀଙ୍କୁ ଦୋକାନ ସାମ୍ନାରେ ଦର ତାଲିକା ମାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | କିନ୍ତୁ କିଛି ଦୋକାନୀ ପ୍ରଶାସନିକ ନିର୍ଦ୍ଦେଶକୁ ଫୁ ମନେକରି କୌଣସି ତାଲିକା ନମାରି ମନଇଚ୍ଛା ଦରରେ ପରିବା ବିକ୍ରୀ କରିବା ଦେଖି ଖୁବ୍ଧ ହୋଇ ପ୍ରାୟତଃ ଦୋକାନୀଙ୍କ ଠାରୁ ମୋଟ ଚାରି ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି | ତାଛଡା ପୁଣିଥରେ ସେହି ଭୁଲ କଲେ ଦୋକାନକୁ ସିଲ କରିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here