ଲକ୍ ଡାଉନ୍ ରେ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

0
135

 

ଗଞ୍ଜାମ,୦୧/୦୬/୨୦୨୦( ଟୁକୁନା ପ୍ରଧାନ) ଲକ୍ ଡାଉନ୍ ର ୯୭ ଦିନରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡ଼ିଶାର ଅନ୍ନଦାନ କାର୍ଯ୍ୟକ୍ରମ । ଲକ୍ ଡାଉନ୍ ରେ ହୋଟେଲ୍ ରେଷ୍ଟୁରାଣ୍ଟ୍ ବନ୍ଦ ରହିବା ଯୋଗୁ ଅନେକ ଅସହାୟ ନିରାଶ୍ରୟମାନେ ରାଜରାସ୍ତାରେ ପଡି ରହିଛନ୍ତି ଭୋକ ଉପାସରେ । ଏଥି ମଧ୍ୟରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ତରଫରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଅସହାୟ ମାନଙ୍କୁ , ରେଳବାଇ ଷ୍ଟେସନ ବାହାରେ ଥିବା ନିରାଶ୍ରୟ ମାନଙ୍କୁ , ପୁରୁଣା ବସ୍ ଷ୍ଟାଣ୍ଡ ରେ ଥିବା ଅନେକ ରିକ୍ସା ଚାଳକ ଭାଇ ମାନଙ୍କୁ ଶୁଖିଲା ଖାଦ୍ୟ , ରନ୍ଧା ଖାଦ୍ୟ , ପାଣି ବୋତଲ ବଣ୍ଟନ କରାଯାଉଛି । ପ୍ରତ୍ୟେକ ୩ ରୁ ୪ ଦିନକୁ ଥରେ ଗ୍ରୁପ୍ ପକ୍ଷରୁ ୩୦୦ ରୁ ୪୦୦ ଜଣଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଛି । କେବେ ସକାଳର ଜଳଖିଆ , କେବେ ମଧ୍ୟାହ୍ନ ଭୋଜନ ତ କେବେ ରାତ୍ର ଭୋଜନ ବଣ୍ଟନ କରାଯାଉଛି । ଏବଂ ସମସ୍ତେ ଜାଣିଥିବେ ରାଜ୍ୟ ସରକାର ଙ୍କ ଆହାର ଯୋଜନା ପ୍ରତ୍ୟେକ ରବିବାର ବନ୍ଦ ରହୁଛି ଏଥି ମଧ୍ୟରେ ସଂଧ୍ୟା ୭ଟା ହୋଇଗଲେ ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଉଛି । ଲକ୍ ଡାଉନ୍ ଶେଷ ପର୍ଯ୍ୟନ୍ତ ଗ୍ରୁପ୍ ତରଫରୁ ଏହି ପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍ କହିଛନ୍ତି । କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍ , ସଭାନେତ୍ରୀ ରଞ୍ଜନା ମିଶ୍ର , ଉଷା ପଟ୍ଟନାୟକ , ବିଷ୍ଣୁପ୍ରିୟା ପାଢ଼ୀ , ଆଇନଜୀବୀ କେ.କେ ବେହେରା , ରାକେଶ ପାତ୍ର , ସୀମାଦ୍ରୀ ପାତ୍ର , ସୋନାଲି ସାହୁ , ଶିବାନନ୍ଦ ମହାରଣା , ରୋହନ ରାୟ , ରାହୁଲ୍ ସୁବୁଦ୍ଧି , ସୌମ୍ୟକାନ୍ତ ମହାପାତ୍ର , ରାଜକମଲ ସୁବୁଦ୍ଧି , ମନ୍ଦିରା ରାୟ , ସସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here