ଅନ୍ତରୀଣ ନିର୍ବାହୀ ଅଧିକାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମେ ସଫେଇ କର୍ମଚାରୀଙ୍କ ସମାସ୍ୟା ବୁଝିଲେ ଧରଣୀଧର ।

0
136

 

ବେଲଗୁଣ୍ଠା, ୦୨/୦୬/୨୦୨୦:-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ କିଛି ଦିନ ହେବ ଦୁର୍ନୀତି, ଅନିୟମିତତା,ଉନ୍ନୟନ ପାଇଁ ଆସୁଥିବା ଅର୍ଥ ନିର୍ବାହୀ ଅଧିକାରୀ ବିଭିନ୍ନ ଉପାୟରେ ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା ।ଏ ନେଇ ପୋଲିସ ପାଖରେ ଦୁଇଟି ମାମଲା ରୁଜୁ ହୋଇଥିଲା ।ଏହକୁ ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱରୁ ଅପସାରଣ କରିବା ସହ ଭିଜିଲାନ୍ସ ହାତରେ ତଦନ୍ତ ଭାର ଦେଇଛନ୍ତି ।ଭିଜିଲାନ୍ସ ଟିମ୍ ବେଲଗୁଣ୍ଠା ଏନ୍ଏସି ରେ ଚଢ଼ାଉ ବେଳେ କିଛି ମହିଳା ସଫେଇ କର୍ମଚାରୀ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କହିବା ସହ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ମଧ୍ୟ କରାଇଥିଲେ ।ବର୍ତ୍ତମାନ ଏନ୍ଏସି ର ଅନ୍ତରୀଣ ନିର୍ବାହୀ ଅଧିକାରୀ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ।ସେ ଦାୟିତ୍ୱ ନେବାର ପ୍ରଥମ ଦିନରେ ଏନ୍ଏସି ରେ ଲାଗିରହିଥିବା ବିଭିନ୍ନ ପ୍ରକାର ସମାସ୍ୟା ସମ୍ପର୍କରେ କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ମହିଳା ସଫେଇ କର୍ମଚାରୀ ମାନଙ୍କ ସମସ୍ୟା ନିଜେ ପଚାରିବୁଝିଥିଲେ ଏବଂ ସମାଧାନ ଦିଗରେ ନିଶ୍ଚିତ ଭାବେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏ ନେଇ ସଫେଇ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିଥିଲେ ।ଶ୍ରୀ ବେହେରା ଜଣେ ମିଷ୍ଟଭାଷୀ,ଦାୟୀତ୍ୱସମ୍ପନ୍ନ ବ୍ୟକ୍ତିତ୍ୱ ବୋଲି ବେଲଗୁଣ୍ଠା ଏନ୍.ଏ ସିର କିଛି କର୍ମଚାରୀ ପ୍ରକାଶ କରିଛନ୍ତି ।

ରିପୋର୍ଟ: ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here